ଅନୁଗୁଳ: ଅନୁଗୁଳ ଜିଲ୍ଲା ୫୫ଜାତୀୟ ରାଜପଥ ତୁରଙ୍ଗ ନିକଟସ୍ଥ ବୁଲେଟ ସୋ ରୁମ୍ ସାମ୍ନାରେ ସର୍ଟ ସର୍କିଟ ଯୋଗୁ ଏକ ୧୨ ଚକିଆ ଆଇରନ ବୋଝେଇ ଟ୍ରକ ଜଳିଯାଇଛି। ସୂଚନା ଅନୁସାରେ, ଟ୍ରକଟି ଟେନେସାରୁ ଆଇରନ ନେଇ ଜିନ୍ଦଲ ଯାଉଥିବା ବେଳେ ସକାଳ ୫ ଟାରେ ତୁରଙ୍ଗ ନିକଟସ୍ଥ ବୁଲେଟ ସୋ ରୁମ୍ ସାମ୍ନାରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା। ଡ୍ରାଇଭର ସଙ୍ଗେ ସଙ୍ଗେ ସାଇଡ କରି ଦେବା ସହ ଅଗ୍ନିଶମ ବିଭାଗକୁ ଜଣାଇ ଥିଲେ। ପରେ ଅନୁଗୁଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।