ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ ରବିବାର ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ବେଳେ ଥାନା ଛକ ନିକଟରେ ବୁଢ଼ାପାଳ ଆଡ଼ୁ ଆସୁଥିବା ଦୁଇଟି ବାଲି ବୋଝେଇ ହାଇୱା ଟ୍ରକ୍ ଜବତ କରିଛି। ଚାଳକମାନେ ସଠିକ୍ ଚାଲାଣ କାଗଜପତ୍ର ଦେଖାଇ ନ ପାରିବାରୁ ଲଙ୍ଗୁଳିର ମନୋଜ ଭୋଇ ଓ କରଡ଼ାବାହାଳର ମିଟୁ ସାହୁଙ୍କୁ ଗିରଫ କରାଯାଇଛି। ଏ ନେଇ ଥାନାରେ ମାମଲା ନଂ ୫୪୫/୨୫ ରୁଜୁ ହୋଇଛି। ଗିରଫ ଚାଳକଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି।