ଅନୁଗୁଳ: ଅନୁଗୁଳ ସହର ପିଟିସି ଛକ ୫୫ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ସନ୍ଧ୍ୟାରେ ଏକ କୋଇଲା ବୋଝେଇ ଟ୍ରକ୍ (ଓଆର୧୯ଏଫ୍୭୦୫୫)ରେ ନିଆଁ ଲାଗି ଯାଇଥିଲା। କୌଣସି କାରଣରୁ ଟ୍ରକର ପଛ ଚକାରେ ନିଆଁ ଲାଗିଥିଲା। ତେବେ ଅନୁଗୁଳ ଦମକଳ କେନ୍ଦ୍ରର ନିକଟରେ ଏହି ଦୁର୍ଘଟଣା ଘଟିଥିବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ପରେ ଟ୍ରକ୍ଟି ଝାରସୁଗୁଡା ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି।