ମୁଖ୍ୟ ଖବର

ଦୁଇ ଦିନ ପରେ ଅନୁଗୁଳ ଟ୍ରକ ମାଲିକ ସଂଘ ନିର୍ବାଚନ: ସଭାପତିଙ୍କ ଫାଇଲ ନେବା ଭିଡିଓ ଭାଇରାଲ

By Angul TV Bureau

March 06, 2025

ଅନୁଗୁଳ: ଆଉ ଦୁଇ ଦିନ ପରେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ନିର୍ବାଚନ ନିର୍ବାଚନ। କିନ୍ତୁ ଏବେ ଠିକ ନିର୍ବାଚନ ପୂର୍ବରୁ ସଂଘର ହ୍ଵାଟ୍ସଆପ ଗ୍ରୁପରେ  ଏକ ଭିଡିଓ ଖୁବ ଭାଇରାଲ ହୋଇଛି। ଏହି ଭିଡିଓକୁ ନେଇ ଚର୍ଚ୍ଚା ହେଉଛି ଯେ ସମ୍ଭବତଃ ସଂଘ ମେମ୍ବର ମାନେ ପୁରୁଣା କାଗଜପତ୍ର ନେଇ ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଛନ୍ତି।

ଭାଇରାଲ ଭିଡ଼ିଓରେ ଦେଖାଯାଉଛି ଯେ, ଅନୁଗୁଳ ଟ୍ରକ ମାଲିକ ସଂଘର ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ କିଛି କାଗଜପତ୍ର ସଂଘ ଅଫିସରୁ ନେଉଛନ୍ତି। ଆଗକୁ ନିର୍ବାଚନ ଥିବାରୁ ଶ୍ରୀ ଭଟ୍ଟ କାଗଜପତ୍ର ନେଇଥିବା କିଛି ସଦସ୍ୟ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଶ୍ରୀ ଭଟ୍ଟ ଏହି କଥାକୁ ଖଣ୍ଡନ କରିବା ସହିତ ଅଫିସ କାଗଜପତ୍ର ସଂଘ କାମ ପାଇଁ ନିଆଯାଏ ବୋଲି ପ୍ରକାଶ କରିଛନ୍ତି। ଏହି ଭିଡିଓ ୧୫.୨.୨୦୨୫ ତାରିଖର ବୋଲି କୁହାଯାଉଥିବା ବେଳେ ପ୍ରକୃତରେ ୩ ବର୍ଷ ପୁରୁଣା ବୋଲି କହିଛନ୍ତି ଶ୍ରୀ ଭଟ୍ଟ।

ଅନ୍ୟପଟେ ସଂଘର କୋଷାଧ୍ୟକ୍ଷ ରଜତ କୁମାର ମହାପାତ୍ର କହିଛନ୍ତି, ଅଫିସ କାଗଜ ପତ୍ର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସଭାପତି ବାହାରକୁ ନେବା ଉଚିତ୍। ନିର୍ବାଚନ ଥିବାରୁ ଏପରି ଚଞ୍ଚକତା କରାଯାଇଛି। ଆଗାମୀ ଦିନରେ ଏହି ଘଟଣାକୁ ନେଇ ସଂଘ ଆଇନର ସହାୟତା ନେବ।

ତେବେ ଏହି ଭିଡିଓକୁ ନେଇ ଶ୍ରୀଯୁକ୍ତ ଭଟ୍ଟ ସଂଘ ହ୍ଵାଟ୍ସଆପ ଗ୍ରୁପରେ ମଧ୍ୟ ଉତ୍ତର ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ, ଭିଡିଓଟି ୨୦୨୩ ମସିହାର। ଅଫିସର ସମସ୍ତ ଫାଇଲ ଅଫିସ ଆଲମିରାରେ ସାଧାରଣ ସମ୍ପାଦକଙ୍କ ତତ୍ତ୍ଵାବଧାନରେ ଥାଏ। ସଭାପତିଙ୍କ ପାଖରେ ସଂଘର କୌଣସି ଫାଇଲ ରହେ ନାହିଁ ବୋଲି ସେ କହିଛନ୍ତି।

ଏଠାରେ କହି ରଖିବାକୁ ଚାହିଁବୁ ଯେ, ଚଳିତବର୍ଷ ଅନୁଗୁଳ ଟ୍ରକ ମାଲିକ ସଂଘ ସଦସ୍ୟ ନିର୍ମଳ ଛବି ଥିବା ବ୍ୟକ୍ତିଙ୍କୁ ବିଜୟ କରିବେ ବୋଲି ଚର୍ଚ୍ଚା ହେଉଛି।