ତାଳଚେର: ଲୋଡିଂ ଓ ବର୍ଦ୍ଧିତ ଭଡ଼ାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ତାଳଚେର ଟ୍ରକ ମାଲିକ ସଂଘ। ତାଳଚେର ଟ୍ରକ ମାଲିକ ସଂଘ ପକ୍ଷରୁ ଆଜି ଆୟୋଜିତ ବୈଠକରେ ଭଡା ଓ ଲୋଡିଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆଗାମୀ ୯ ତାରିଖ ମଧ୍ୟ ରାତ୍ରରୁ ଆନ୍ଦୋଳନ ଡାକରା ଦିଆଯାଇଛି। ବୈଠକରେ ଟ୍ରକ ମାଲିକ ସଙ୍ଘର ସଭାପତି ଅରବିନ୍ଦ ଭୂତିଆ ଅଧ୍ୟକ୍ଷତା କରି ତାଳଚେର ଟ୍ରକ ମାଲିକ ମାନେ କିପରି ଅଧିକ ପରିମାଣରେ କୋଇଲା ଲୋଡିଂ କରି ଉଚିତ ଭଡା ପାଇବେ ସେଥିପାଇଁ ଆଲୋଚନା କରାଯାଇଥିଲା। ନିୟମ ଅନୁଯାୟୀ, କୋଇଲା ଉତ୍ପାଦନର ୪୦% କୋଇଲା ପରିବହନ ଟ୍ରକ ଯୋଗେ ହେବାର ନିୟମ ରହିଥିଲେ ମଧ୍ୟ ଖଣି କର୍ତ୍ତୃପକ୍ଷ ଏହାକୁ ପାଳନ କରୁନାହାନ୍ତି। ଫଳରେ ଗାଡ଼ି ମାଲିକକୁ ଲୋଡିଂ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି। ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଟ୍ରକ ମାଲିକ ସଙ୍ଘ ଦାବି କରିଛି।
ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଟୁକୁନା ସ୍ୱାଇଁ, ସାଧାରଣ ସମ୍ପାଦକ ରତନ ଶତପଥୀ, ଉପସଭାପତି ମନୋଜ ରାଏ, କଣିହାଁ ଟ୍ରକ ମାଲିକ ସଂଘର ସଭାପତି ଶାଶ୍ୱତ ପ୍ରଧାନ, ଗ୍ରାମାଞ୍ଚଳ ଟ୍ରକ ମାଲିକ ସଂଘର ସଭାପତି ବିଜୟ କୁମାର ସାହୁ ,ଆଞ୍ଚଳିକ ସଂଘର ସଭାପତି ଜିତେନ୍ଦ୍ର ଭୁତିଆ, ସଦସ୍ୟ ପ୍ରଶ୍ନ ମିଶ୍ର ,ରାଜକିଶୋର ସାହୁ ଓ ଅନ୍ୟାନ୍ୟ କର୍ମ କର୍ତ୍ତା ଉପସ୍ଥିତ ଥିଲେ।