ମୁଖ୍ୟ ଖବର

ବିଦ୍ୟୁତ ଉତ୍ପାଦନ ବନ୍ଦ୍; ଟିଟିପିଏସ ଏଣିକି ଅତୀତ!

By Swagatika Samantray

March 23, 2021

ଅନୁଗୁଳ; ଏନଟିପିସି ପରିଚାଳନାଧିନ ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟିଟିପିଏସ)ମାର୍ଚ୍ଚ ୩୧ରେ ବନ୍ଦ ହେବ ବୋଲି କୁହାଯାଉ ଥିଲା ବେଳେ ସମସ୍ତ ୟୁନିଟଗୁଡିକରୁ ମଙ୍ଗଳବାର ବିଦ୍ୟୁତ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ ରହିଛି ।ଯାହାକୁ ନେଇ ଶ୍ରମିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।ଶ୍ରମିକମାନେ କୋଇଲା ଫିଡିଙ୍ଗ ନକରିବାରୁ ସବୁ ବଙ୍କର ଖାଲି ହୋଇଗଲା ଓ ଗୋଟିକ ପରେ ଗୋଟିଏ ୟୁନିଟ ବନ୍ଦ ହୋଇ ଗଲା ବୋଲି ଏନଟିପିି ପକ୍ଷରୁ କୁହାଯାଇଛି । ଯାହାକୁ ଶ୍ରମିକ ମାନେ ଖଣ୍ଡନ କରିଛନ୍ତି । ପ୍ଲାଂଟରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଥିବାରୁ ରାଜ୍ୟରେ ବିଦ୍ୟୁତ ସଙ୍କଟ ଦେଖାଦେବା ଆଶଙ୍କା ରହିଛି । ଏଠାରୁ ଉତ୍ପାଦିତ ସମସ୍ତ ବିଦ୍ୟୁତ ଓଡିଶାକୁ ଯୋଗାଣ ହୋଇଥାଏ । ୪୬୦ମେଗାୱାଟ ବିଶିଷ୍ଟ ୬ଗୋଟି ୟୁନିଟରୁ ୬ନମ୍ବର ୟୁନିଟ ଆଗରୁ ବନ୍ଦ ଥିଲ । ଆଜି ଅନ୍ୟ ୫ଗୋଟିରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ କରାଯାଇଛି । ରାଜନୀତି କାଦୁଆଫୋପଡା ଭିତରେ ଟିଟିପିଏସର ଭାଗ୍ୟ ବଳି ପଡିଛି ବୋଲି କୁହାଯାଉଛି।