ମୁଖ୍ୟ ଖବର

ଖୁସି ଖବର ! ଖୁବ ଶୀଘ୍ର ଆରମ୍ଭ ହେଉଛି ତାଳଚେର ଥର୍ମାଲର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ କାମ

By Angul TV Bureau

October 14, 2022

ତାଳଚେର: ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଏନଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ) ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ କାମ। ୨୦୨୬ ସେପ୍ଟେମ୍ବରରେ ୬୬୦ ମେଗାୱାଟ ବିଶିଷ୍ଟ ଏହାର ପ୍ରଥମ ୟୁନିଟ କାର୍ଯ୍ୟକ୍ଷମ ହୋଇଥିଲା। ଏହାର ୪ ମାସ ପରେ ଜାନୁୟାରୀ ୨୭ରେ ଅନ୍ୟ ୬୬୦ ମେଗାୱାଟ ବିଶିଷ୍ଟ ୨ୟ ୟୁନିଟ କାର୍ଯ୍ୟକ୍ଷମ ହୋଇଛି ବୋଲି ଟିଟିପିଏସ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି।

ନୂତନ ୟୁନିଟ୍ ପାଇଁ ମହାନଦୀ କୋଲଫିଲଡସ ଲିମିଟେଡ କୋଇଲା ଯୋଗାଣ କରିବ ଓ ସମଲ ବ୍ୟାରେଜରୁ ପାଣି ଅଣାଯିବ ବୋଲି ନିଷ୍ପତ୍ତି ହୋଇଛି। ୧୧,୮୪୪ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ବୈଠକରେ ମୁଖ୍ୟ ମହାପ୍ରବନ୍ଧକ ଗୌତମ ଦେବ, ଜେନେରାଲ ମ୍ୟାନେଜର ପ୍ରୋଜେକ୍ଟ ଆର.କେ. ସିଂହ, ଜେନେରାଲ ମ୍ୟାନେଜର କୌଶିକ ମଣ୍ଡଳ, ରୋହିତ କୁମାର, ଦୀପକ କୁମାର, ଚନ୍ଦ୍ରଶେଖର କୁମାର, ମାନବସମ୍ବଳ ବିଭାଗର ଡିଜିଏମ୍ ସମ୍ବିତ ଦେବ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।