ଘଟଣା ଓ ଦୁର୍ଘଟଣା

ମଦ ପିଇ ଟ୍ରକ ଧକ୍କା କଲା ଚାଳକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

By Angul TV Bureau

October 20, 2022

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା କୁଲାଡ଼ରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ରାତି ୮ଟା ବେଳେ ବଅଁରପାଳ ପଟୁ ନାଲକୋ ଆଡ଼କୁ ଆସୁଥିବା କୋଇଲା ବୋଝେଇ ଟ୍ରକ(CG 13E 2799) ଚାଳକ ମଦ ପିଇ ଅନୁଗୁଳ ଆସୁଥିବା ସମୟରେ କୁଲାଡ଼ ଛକ ଠାରେ ଆଉ ଏକ ଗାଡ଼ି (CG 04 ML 6117) ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଚାଳକକୁ ଗାଡିରୁ ବାହାର କରି ଅନୁଗୁଳ ଚିକିତ୍ସାଳୟକୁ ପଠାଇ ଥିଲେ। ଚାଳକ ପ୍ରଚୁର ମଦ ପିଇ ଥିବା ଜଣାପଡ଼ିଛି ।