ମୁଖ୍ୟ ଖବର

ପୌର ନିର୍ବାଚନ ପାଇଁ ସାନି ସଂରକ୍ଷଣ ଚିଠା ତାଲିକା

ମହିଳାଙ୍କ ପାଇଁ ୧୨ଟି ୱାର୍ଡ ସଂରକ୍ଷିତ

By Angul TV Bureau

January 05, 2022

ଅନୁଗୁଳ: ଆଗାମୀ ପୌର ନିର୍ବାଚନ ପାଇଁ ଅନୁଗୁଳ ପୌରାଞ୍ଚଳର ସାନି ସଂରକ୍ଷଣ ଚିଠା ତାଲିକା ସୋମବାର ପ୍ରକାଶ ପାଇଛି । ମୂଳ ତାଲିକାରେ ଥିବା ୫ଟି ଆସନ ଯଥାକ୍ରମେ ପଛୁଆବର୍ଗ ଓ ପଛୁଆବର୍ଗ(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ସାନି ତାଲିକାରେ ପଛୁଆବର୍ଗ ସଂରକ୍ଷଣ ହଟାଇ ଦିଆଯାଇଛି। ସାନି ଚିଠା ତାଲିକାରେ ୧୨ଟି ୱାର୍ଡରେ କେବଳ ମହିଳା ପ୍ରାର୍ଥୀ ଲଢ଼ିବେ ବୋଲି ଦର୍ଶାଯାଇଛି। ତେବେ ଏହି ୧୨ ଆସନରୁ ୯ଟିରେ ସବୁ ବର୍ଗର ମହିଳା ଓ ୩ଟି ଆସନ ଯଥାକ୍ରମେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସେହିପରି କେବଳ ଗୋଟିଏ ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଥିବା ବେଳେ ଅବଶିଷ୍ଟ ୧୦ଟି ଆସନ ଅଣସଂରକ୍ଷିତ କରାଯାଇଛି। ସାନି ସଂରକ୍ଷଣ ଚିଠା ତାଲିକା ଅନୁଯାୟୀ, ପୌରପାଳିକାର ୧ ନଂ, ୨, ୩ ଓ ୪ ନଂ ୱାର୍ଡ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏଠାରେ ସମସ୍ତ ବର୍ଗର ମହିଳା ନିର୍ବାଚନ ଲଢ଼ିପାରିବେ। ୫ନଂ, ୬, ୭, ୮ ଓ ୯ ନଂ ୱାର୍ଡରେ ତୀବ୍ର ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିବ। ଏହି ୫ଟି ୱାର୍ଡକୁ ଅଣସଂରକ୍ଷିତ କରାଯାଇଥିବା ଜଣାପଡ଼ିଛି । ସେହିପରି ୧୦ ନମ୍ବର ୱାର୍ଡ, ୧୨, ୨୧, ୨୨ ଓ ୨୩ ନମ୍ବର ୱାକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ୧୫ ନମ୍ବର ୱାର୍ଡ ଅନୁସୂଚିତ ଜାତି(ମହିଳା), ୧୭ ନମ୍ବର ୱାର୍ଡ୍ ଅନୁସୂଚିତ ଜନଜାତି(ମହିଳା), ୧୮ ନମ୍ବର ୱାର୍ଡ ଅନୁସୂଚିତ ଜାତି ଓ ୨୦ ନମ୍ବର ୱାର୍ଡ ଅନୁସୂଚିତ ଜାତି(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି । ଅବଶିଷ୍ଟ ୧୧ ନମ୍ବର ୱାର୍ଡ, ୧୩, ୧୪, ୧୬ ଓ ୧୯ ନମ୍ବର ୱାର୍ଡ୍ ଅଣସଂରକ୍ଷିତ ରଖାଯାଇଥିବା ପୌରପାଳିକା ପକ୍ଷରୁ ସୂଚନା ମିଳିଛି।