ଘଟଣା ଓ ଦୁର୍ଘଟଣା

ଏପିପିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୨ ଗିରଫ

By Swagatika Samantray

September 25, 2022

ଅନୁଗୁଳ: ଅନୁଗୁଳ କୋର୍ଟର ଜଣେ ଅତିରିକ୍ତ ସରକାରୀ ଓକିଲ(ଏପିପି)ଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ଘଟଣାରେ ରବିବାର ୨ଜଣଙ୍କୁ ଗିରଫ କରିଛି ପୋଲିସ।

ସୂଚନା ମୁତାବକ, ଖଲାରୀ ଗାଁର ବାଉରୀ ବନ୍ଧୁ ମହାପାତ୍ର(୫୩) ରାତି ପ୍ରାୟ ୧୧ଟା ବେଳେ ମା’ଙ୍କ ଔଷଧ କିଣି ଘରକୁ ଫେରୁଥିଲେ। ଅନୁଗୁଳ ସରକାରୀ ମହାବିଦ୍ୟାଳୟ ସାମ୍ନାରେ ପଛରୁ ଏକ ବାଇକରେ ୩ ଜଣ ଆସି ଏକ ବୋତଲରେ ମୁଣ୍ଡକୁ ମାରିଥିଲେ। ଫଳରେ ଶ୍ରୀ ମହାପାତ୍ର ଆହତ ହୋଇଥିଲେ। ତେବେ ଏହି ଯୁବକମାନେ କିଛି ହିସାବ ମାଗିଲେ ଜୀବନରେ ମାରିଦେବୁ ବୋଲି କହୁଥିବା ଶ୍ରୀ ମହାପାତ୍ର କହିଛନ୍ତି। ଏ ନେଇ ଶ୍ରୀ ମହାପାତ୍ର ଶନିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରି ରବିବାର ଶୁଶୁଡ଼ା ଗାଁର ପ୍ରକାଶ ଭୁତିଆ(୨୬) ଓ ଅନୁଗୁଳ ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆର ସୂରଜ ପ୍ରଧାନ(୨୭)ଙ୍କୁ ଗିରଫ କରିଛି। ପୂର୍ବ ଶତ୍ରୁତାରୁ ସେମାନେ ଆକ୍ରମଣ କରିଥିବା ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।