ଘଟଣା ଓ ଦୁର୍ଘଟଣା

ବ୍ୟାଙ୍କରୁ ଋଣ କରାଇଦେବା ନାରେ ଠକେଇ, ୨ ଗିରଫ

By Biswaranjan Pattnaik

September 07, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଖିଣ୍ଡା ଶାଖାରୁ ଋଣ କରାଇ ଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ପୁଲିସ ମଙ୍ଗଳବାର ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବାରଗୌଣିଆ ଗାଁର ରାନି ସାହୁଙ୍କ ନାରେ ଋଣ କରାଇଦେବାକୁ କହି ଖିଣ୍ଡା ବ୍ରଞ୍ଚର ଅସ୍ତାୟୀ କର୍ମଚାରୀ ମଇଧରପଡ଼ା ଗାଁର ଦିପ୍ତିକାନ୍ତ ବେହେରା(୨୫) ଓ କଲେଇପଦାର ସଞ୍ଜୟ ନାଏକ(୩୮) କିଛି ଟଙ୍କା ନେଇଥିଲେ। ଏ ନେଇ ରାନି ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଥାନା କେସ୍ ନଂ ୨୬୭/୨୧ରେ ଦଫା ୪୨୦ ଓ ୩୪ରେ ଏକ ମାମଲା ରୁଜୁକରି ଘଟଣାର ତଦ୍ତ କରୁଥିଲା। ମଙ୍ଗଳବାର ପୁଲିସ ଉଭୟଙ୍କୁ ଗିରଫକରି ସେମାନଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରିଥିଲା। ସେମାନେ ଏହା କରିଥିବା ସ୍ବିକାର କରିଥିଲେ। ଏଥିସହ ଅନ୍ୟ କିଛି ଲୋକ ଏଥିରେ ସମ୍ପୃକ୍ତ ଥିବା ପ୍ରକାଶ କରିଥିଲେ। ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଶିଘ୍ର ଗିରଫ କରାଯିବ ବୋଲି ପ୍ରକାଶ କରିଛି।