ମୁଖ୍ୟ ଖବର

ସାଇବର ଠକଙ୍କୁ ସିମ୍ ବିକି ଦୁଇ ଗିରଫ; ୧୪୮୨ ଟି ସିମ୍ ଓ ୫୭ ହଜାର ୫୦୦ ଟଙ୍କା ଜବତ

By Biswaranjan Pattnaik

December 19, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳର ଦୁଇ ବ୍ୟକ୍ତି ସାଇବର ଠକଙ୍କୁ ଅଧିକ ଦାମରେ ସିମ୍ ବିକ୍ରି କରି ଗିରଫ ହୋଇଥିବା ଜଣାପଡ଼ିଛି। ଗିରଫ ଦୁଇ ଜଣ ହେଲେ ସଞ୍ଜୟ କୁମାର ପ୍ରଧାନ (୩୮) ନୁନକାପଶି ଏବଂ ସହଯୋଗୀ ରୋହିତ ବେହେରା (୩୨), ଲୁହାମୁଣ୍ଡା।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ବଇଣ୍ଡାର ଜନୈକ ମୋବାଇଲ ଦୋକାନରେ ରଶ୍ମି ଇଲେକ୍ଟ୍ରୋନିକ୍ସରେ ଅଧିକ ଦାମରେ ସାଇବର ଠକ ମାନଙ୍କୁ ସିମ୍ ବିକ୍ରି କରାଯାଉଛି ବୋଲି ହଣ୍ଡପା ପୋଲିସକୁ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଲେ‌। ଏହାପରେ ହପଣ୍ଡା ଥାନା ଅଞ୍ଚଳରେ ଚଢ଼ାଉ କରିଥିଲେ। ଚଢାଉ ଟିମରେ ଇନ୍ସପେକ୍ଟର ଅୟସ୍କାନ୍ତ ଜେନା, ନମିତା ନାୟକ, ଏଏସଆଇ ତପନ କୁମାର ରାୟ, ହାବିଲଦାର ସନ୍ତୋଷ କୁମାର ସାହୁ ଓ ଅନ୍ୟମାନେ ସାମିଲ ଥିଲେ। ହଣ୍ଡପା ଥାନା ଆଇଆଇସି ଉକ୍ତ ଦୋକାନରେ ଚଢାଉ କରି ଏଭଳି ଅସାଧୁ କାରବାର କରାଯାଉଥିବା ନେଇ ପ୍ରମାଣ ପାଇଥିଲେ।ସେମାନଙ୍କ ଠାରୁ ୧୪୮୨ ଟି ବିଭିନ୍ନ କମ୍ପାନୀର ସିମ୍ ଏବଂ ନଗଦ ୫୭ ହଜାର ୫୦୦ ଟଙ୍କା ଜବତ କରାଯାଇଥିଲା।