ଘଟଣା ଓ ଦୁର୍ଘଟଣା

ଗଣ୍ଡଗୋଳ ଘଟଣାରେ ୨ ଗିରଫ

By Angul TV Bureau

April 07, 2021

ଅନୁଗୁଳ: ଅନୁଗୁଳ ସଦର ଥାନା କୁସାସିଂହା ଅଂଚଳରେ ହୋଇଥିବା ଗଣ୍ଡଗୋଳ ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହେମସୁରପଡା ଅଞ୍ଚଳର ଚନ୍ଦ୍ର ଓରଫ ଚନ୍ଦ୍ରକାନ୍ତ ସେଠୀ ଓ ଛେଳିଆପଡାର ବୁବୁ ଓରଫ ଭବାନୀ ଶଙ୍କର ଭଞ୍ଜ। ଗତ ଦୋଳଯାତ୍ରା ସମୟରେ କୁସାସିଙ୍ଗାରେ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା। କିଛି ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ଦୁଇଜଣ ଆହତ ହୋଇଥିଲେ। ଏହି ମାମଲାରେ ପୁଲିସ ପୂର୍ବରୁ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଏହି ୨ ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ଆଉ କିଛି ବ୍ୟକ୍ତିଙ୍କ ସଂପୃକ୍ତ ଥିବା ଜଣାପଡ଼ିଛି। ପୁଲିସ ଏଥିନେଇ ଅଧିକ ଛାନଭିନ କରୁଛି।