ଘଟଣା ଓ ଦୁର୍ଘଟଣା

ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗ: ୨ ଗିରଫ, ୨ ବାଇକ ଜବତ

By Angul TV Bureau

October 25, 2024

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୋଲିସ ଗୁରୁବାର ଗାଡ଼ି ଯାଞ୍ଚ କରିବା ବେଳେ ଦୁଇଟି ଗାଡ଼ି ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି।

ନାକିଚି ଅଞ୍ଚଳରେ ଗିରଫ ଯୁବକ ହେଲେ କଦଳୀମୁଣ୍ଡା ଗ୍ରାମର ସୁଶାନ୍ତ ପ୍ରଧାନ। ଏଥିସହ ତାଙ୍କ ବାଇକକୁ ମଧ୍ୟ ଜବତ କରାଯାଇଛି। ଏ ନେଇ ପୋଲିସ ୩୫୩/୨୪ ରେ ଏକ ମାମଲା ରୁଜୁ କରିଛି। ସେହିପରି ରେଢାଖୋଲ ଅଞ୍ଚଳର ଲୁକେଶ ମୁଣ୍ଡାଙ୍କୁ ମଧ୍ୟ ମଦ୍ୟ ପାନ କରି ବାଇକ ଚଲାଉଥିବା ଅଭିଯୋଗରେ ଗିରଫ କରାଯାଇଛି ଓ ତାଙ୍କ ବାଇକ ଜବତ କରାଯାଇଛି। ତାଙ୍କ ବିରୋଧରେ ପୋଲିସ ୩୫୨/୨୪ ରେ ଏକ ମାମଲା ରୁଜୁ କରିଛି।