ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବଡ଼ କେରଜାଙ୍ଗ ପଞ୍ଚାୟତରେ ବିଜୁ ଜନତା ଦଳର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବଡ଼ କେରଜାଙ୍ଗ ପଞ୍ଚାୟତର ଦୁଇ କର୍ମୀଙ୍କୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ କିଶୋର୍ ରାଉଳ, ଜଗନ୍ନାଥ ବିଶ୍ଵାଳଙ୍କୁ ଆଜି ବହିଷ୍କାର କରାଯାଇଛି।
ବଡ଼ କେରଜାଙ୍ଗ ହାଇସ୍କୁଲରେ ପଞ୍ଚାୟତର ସମସ୍ତ ସଦସ୍ୟଙ୍କୁ ନେଇ ବସିଥିବା ବୈଠକରେ ଦୁଇ କର୍ମୀକୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଥିଲା। ବୈଠକରେ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ୨୫ ନମ୍ବର ଜୋନର ଜିଲ୍ଲାପରିଷଦ ଦିଲ୍ଲୀପ କୁମାର ପ୍ରଧାନ, ବଡ କେରଜାଙ୍ଗ ପଞ୍ଚାୟତର ସଭାପତି ଦୁଷ୍ମନ୍ତ ନାୟକ, ନାଏବ ସରପଞ୍ଚ ପ୍ରଶାନ୍ତ ସାହୁ, ପଞ୍ଚାୟତ ସେକ୍ରେଟାରୀ ବିଭୂତି ପ୍ରଧାନ, ପୂର୍ବତନ ନାଏବ ସରପଞ୍ଚ ସୁଶାନ୍ତ ପ୍ରଧାନଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ।