ଅନ୍ୟାନ୍ୟ

ବନବିଭାଗର ଅତର୍କିତ ଚଢ଼ଉ ୨୦ କେଜି ବାରହା ମାଂସ ଜବତ, ଦୁଇ ଭାଇ ଗିରଫ

By Angul TV Bureau

February 05, 2021

ଅନୁଗୁଳ: ଗୁରୁବାର ରାତି ପ୍ରାୟ ୮ଟା ବେଳେ ଆଠମଲ୍ଲିକ ବନଖଣ୍ଡ ବାମୁର ବନାଞ୍ଚଳ ସାଜବାହାଳି ଜଙ୍ଗଲରେ ବନବିଭାଗ ଚଢ଼ଉ କରି ୨୦ କେଜି ବାରହା ମାଂସ ଜବତ କରିଛି । ଜନ୍ତୁ ଶିକାର କରିବା ନେଇ ଦୁଇ ଭାଇ ଫାଶୀପାଳ ଗ୍ରାମର ରଂଜନ କୁମାର ସାହୁ ଓ ପବିତ୍ର ସାହୁଙ୍କୁ ବନ ବିଭାଗ ଗିରଫ କରିଛି । ଘଟଣାସ୍ଥଳରୁ ଆଉ କିଛି ଶିକାରୀ ଫେରାର ହୋଇଯାଇଥିବା ବନ ବିଭାଗ ସନ୍ଦେହ କରୁଛି । ୩ଟି ପନିକି, ଦୁଇଟି ଟାଙ୍ଗିଆ ସମେତ ଛୁରୀ ମଧ୍ୟ ଜବତ ହୋଇଛି। ଜନ୍ତୁ ଶିକାର କରି ବିକ୍ରି ପାଇଁ ମାଂସ କରାଯାଉଥିବା ବନ ବିଭାଗ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। ବାମୁର ବନାଞ୍ଚଳ ଅଧିକାରୀ କୁଲେଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶକ୍ରମେ ବନପାଳ ପ୍ରଦୀପ କୁମାର ନାୟକ, ବନରକ୍ଷୀ ଅନ୍ତର୍ଯ୍ୟାମୀ ସାହୁ, କର୍ମଚାରୀ ଅମର ସାହୁ, ପ୍ରବୀଣ କୁମାର ସାହୁ, ଉତ୍ତମ ପ୍ରସାଦ ସାହୁ ପ୍ରମୁଖ ଜଙ୍ଗଲରେ ଚଢ଼ାଉ କରିଥିଲେ ।