ମୁଖ୍ୟ ଖବର

ସଡ଼କ ଦୁର୍ଘଟଣାରେ ଦୁଇ ଭାଇ ମୃତ

By Biswaranjan Pattnaik

March 07, 2024

ଅନୁଗୁଳ: ୫୫ ନମ୍ୱର୍ ଜାତୀୟ ରାଜପଥ ଜରପଡା ଥାନା ତୁକୁଡ଼ା ମା ସର୍ଭିଶିଂ ସେଣ୍ଟର ସାମନାରେ ବୁଧବାର ରାତି ପ୍ରାୟ ୧୧ ଟା ବେଳକୁ ଏକ ବାଇକ୍ ଟ୍ରକ୍ କୁ ପଛରୁ ପିଟିବାରୁ ଦୁଇ ଭାଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।ପୋଲିସ ସୂତ୍ରରୁ ପ୍ରକାଶ ତୁକୁଡା ମାହର ସାହିର ନିରଞ୍ଜନ ମାହାରଙ୍କ ଦୁଇ ପୁଅ ସଞ୍ଜୟ ମାହାର(୩୭) ଓ ସରୋଜ ମାହାର(୩୩) ଟଙ୍କା ଉଠାଇବାକୁ ଜରପଡା ଏଟିଏମ୍ କୁ ବାଇକ୍ ନଂ ଓଆର ୧୯ ଏଚ୍ ୦୭୬୫ ରେ ଆସୁଥିବା ବେଳେ ଦୃତ ଗତି ଯୋଗୁଁ ଭାରସାମ୍ୟ ହରାଇ ଟ୍ରକ୍ ନଂ ଓଡ଼ି ୩୫ ଇ ୦୦୫୬ ର ପଛରୁ ପିଟି ହୋଇଯାଇଥିଲେ। ଧକ୍କା ଏତେ ଜୋର୍ ଥିଲା ଯେ ଦୁଇ ଭାଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।ଖବର ପାଇ ପୋଲିସ ଶବ ଦୁଇ ଟିକୁ ଜବତ କରି ପଞ୍ଚନମା ପାଇଁ ଡାକ୍ତରଖାନା ପଠାଇଛି।ଦୁଇ ଭାଇଙ୍କ। ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।