ଘଟଣା ଓ ଦୁର୍ଘଟଣା

ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଲେ ଦୁଇ ଗାଈ

By Angul TV Bureau

October 04, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଫୁଲପଡ଼ାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇଟି ଗାଈ ପ୍ରାଣ ହରାଇଛନ୍ତି। ଏଲ୍ ଆଇ ପଏଣ୍ଟକୁ ବିଦ୍ୟୁତ ସଂଯୋଗ ହୋଇଥିବା ବେଳେ ନିକଟରେ ଥିବା ପାଇପ କରେଣ୍ଟ ଚାର୍ଜ ହୋଇଯାଇଥିଲା।

ଏହି ପାଇପରେ ଲାଗି ଦୁଇ ଗାଈଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ପହଞ୍ଚି ମୃତ ଗାଈଙ୍କୁ ଉଦ୍ଧାର କରିଛନ୍ତି। ଅନ୍ୟପଟେ ଗାଈଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଭିଡ଼ ଜମିଛି।