ଅନୁଗୁଳ: ଅନୁଗୁଳ ଭାରତୀୟ ଯୋଗ ସଂସ୍ଥାନ ଆନୁକୂଲ୍ଯରେ ତୁରଙ୍ଗ ସ୍ଥିତ କୁରୁଡୁଲ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଦୁଇଦିନିଆ ଯୋଗ ଦ୍ୱାରା ନିଶୁଳ୍କ ମଧୁମେହ ନିବାରଣ ଶିବିର ଅନୁଷ୍ଠିତ ହୋଇଛି। ସଂସ୍ଥାନର ଓଡ଼ିଶା ପ୍ରାନ୍ତ ମୁଖ୍ଯ ସୁରେଶ କୁମାର ମହାପାତ୍ର ସଭାପତିତ୍ବ କରି ଯୋଗ ମାଧ୍ୟମରେ କିପରି ମଧୁମେହ ରୋଗ ଠିକ୍ ହୋଇପାରିବ, ସେ ବିଷୟରେ ଉଦବୋଧନ ଦେଇଥିଲେ।
ପ୍ରାନ୍ତ ସଦସ୍ଯ ରଘୁନାଥ ରେଡ୍ଡୀ ବିଭିନ୍ନ ଯୋଗାସନର ଉପକାରିତା ବର୍ଣ୍ଣନା କରିଥିବା ବେଳେ ଓଡ଼ିଶା ପ୍ରାନ୍ତ ସଂଗଠନ ମନ୍ତ୍ରୀ ଅକ୍ଷୟ କୁମାର ସ୍ୱାଇଁ ପ୍ରାଣାୟମର ଉପକାରିତା ବିଷୟରେ ବ୍ୟାଖ୍ୟା କରିଥିଲେ। ପ୍ରାୟ ଦୁଇ ଶହରୁ ଅଧିକ ସାଧକ ସାଧିକା ସ୍ଥାନୀୟ ଜନସାଧାରଣଙ୍କୁ ବିଭିନ୍ନ ଯୋଗ ଶିକ୍ଷା ଦେଇଥିଲେ।
ଅଞ୍ଜନା ବରାଳ, ତୃପ୍ତିମୟୀ ଆଚାର୍ଯ୍ଯ, ଝୁନୁବାଳା ଦେହୁରୀ ଯୋଗ ଶିକ୍ଷା ଦେଇଥିବା ବେଳେ ଜିଲ୍ଲା ପ୍ରଧାନ ସଂଯୁକ୍ତା ପାଳ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କ୍ଷେତ୍ର ପ୍ରଧାନ ପୁଷ୍ପଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବେଶ୍ଵର ପାଳ, ରହିମ ପ୍ରଧାନ, ପ୍ରକାଶ ବରାଳ, ଚିତ୍ତରଞ୍ଜନ ଦାଶ ଏବଂ ପ୍ରଫୁଲ୍ଲ ଦଳାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।