ମୁଖ୍ୟ ଖବର

ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ମାଡ଼ିଗଲା ଟ୍ରକ, ଘଟଣାସ୍ଥଳରେ ୨ ମୃତ

By Angul TV Bureau

October 08, 2023

ଅନୁଗୁଳ : ସକାଳେ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ମାଡ଼ିଗଲା ଟ୍ରକ। ଘଟଣାସ୍ଥଳରେ ଗଲା ଦୁଇ ଜୀବନ। ମୃତକ ୨ ଜଣ ମୁକ୍ତାପୁର ଅଞ୍ଚଳର ମାଧବ ସାବାଡ ଏବଂ ରାକେଶ ଶୁଣ୍ଠି ବୋଲି ଜଣାପଡ଼ିଛନ୍ତି।

ସୂଚନା ମୁତାବକ, ମାଧବ ଓ ରାକେଶ ଆଜି ସକାଳେ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପାଳଲହଡ଼ା ବାଇପାସ୍ ଛକ ନିକଟରେ ଏକ ଅଜଣା ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି। ଖବର ପାଇ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।