ଘଟଣା ଓ ଦୁର୍ଘଟଣା

ଚୋରାରେ ୨୫୦ ଲିଟର ଡିଜେଲ ପରିବହନ କରୁଥିବା ବେଳେ ମାଡ଼ି ବସିଲା ପୋଲିସ: ୨ ଗିରଫ, ଯାତ୍ରୀବାହୀ ଅଟୋ ଜବତ

By Sanjeeb Biswal

December 23, 2022

ଛେଣ୍ଡିପଦା : ସ୍ଥାନୀୟ ଛେଣ୍ଡିପଦା ଥାନା ପୋଲିସ ପ୍ୟାଟ୍ରୋଲିଂ କରୁଥିବା ବେଳେ ଚୋରା ଡିଜେଲ ପରିବହନ କରୁଥିବା ଏକ ଯାତ୍ରୀ ବାହୀ ଅଟୋରୁ ଡିଜେଲ ସହିତ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ପୋଲିସ ସୂଚନା ମୁତାବକ, ତାଳଚେର ଅଞ୍ଚଳରୁ ଏକ ଯାତ୍ରୀବାହୀ ଅଟୋରେ କୋଶଳା ଅଞ୍ଚଳକୁ ଚୋରା ଡିଜେଲ ଆସୁଥିବା ବେଳେ ଖବର ପାଇ ପୋଲିସ ଯାତ୍ରୀବାହୀ ଅଟୋକୁ ଅଟକାଇ ଯାଞ୍ଚ କରିଥିଲେ। ଏହି ସମୟରେ ଅଟୋରେ ଥିବା ୨୫୦ ଲିଟର ଡିଜେଲ ପରିବହନର କାଗଜପତ୍ର ମାଗିଥିଲେ ପୋଲିସ। କିନ୍ତୁ ଅଟୋ ଯାତ୍ରୀ କାଗଜ ଦେଖାଇନ ପାରି ଚୋରାରେ ପରିବହନ କରୁଥିବା ସ୍ୱୀକାର କରିଥିଲେ। ପୋଲିସ ୨୫୦ ଲିଟର ଚୋରା ଡିଜେଲ ସହ ଅଟୋକୁ ଜବତ କରିବା ସହିତ କୋଶଳା ଅଞ୍ଚଳର ଶିବାନୀ ସାହୁ ଓ ସଦର ଥାନା ଆମ୍ବପାଳର ସୁଶୀଲ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।