ଘଟଣା ଓ ଦୁର୍ଘଟଣା

୨ କେଜିର ଦୁଇଟି ହାତୀ ଦାନ୍ତ ଜବତ, ଜଣେ ଗିରଫ

By Angul TV Bureau

June 02, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ କନ୍ଧକୋଇଲି ଗାଁରେ ଆଜି ଏସଟିଏଫ ଓ ବନ ବିଭାଗ ମିଳିତ ଚଢ଼ଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାଁ ଦୁର୍ଯ୍ୟୋଧନ ପ୍ରଧାନ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଦୁର୍ଯ୍ୟୋଧନ ନିଜ ଘରେ ହାତୀ ଦାନ୍ତ ରଖିଥିବା ନେଇ ଖବର ପାଇ ଏସଟିଏଫ୍ ଚଢ଼ଉ କରିଥିଲା। ଯାଞ୍ଚ ବେଳେ ଘରୁ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଥିଲା। ପ୍ରତ୍ୟେକ ହାତୀ ଦାନ୍ତର ଓଜନ ପ୍ରାୟ ଦୁଇ କେଜି ଲେଖାଏଁ ଥିବା ଜଣାପଡିଛି। ହାତୀ ଦାନ୍ତ ରଖିଥିବା ଅଭିଯୋଗରେ ଏସଟିଏଫ ଦୁର୍ଯ୍ୟୋଧନଙ୍କୁ ଗିରଫ କରି ବନ ବିଭାଗକୁ ହସ୍ତାନ୍ତର କରିଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।