କ୍ରୀଡ଼ା

ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ବାଜି ମାରିଲେ ବଅଁରପାଳ ଅଞ୍ଚଳର ଦୁଇ ସ୍କୁଲ ଛାତ୍ରୀ, ହାତେଇଲେ ବ୍ରୋଞ୍ଚ ପଦକ

By Angul TV Bureau

June 26, 2024

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପାଞ୍ଚଗଡ଼ ସୋମନାଥ ସିଂ ଜଗଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଅନୁଷ୍ଠିତ ଜାତୀୟ ବକ୍ସିଂ ପ୍ରତିଯୋଗିତା ୨୦୨୪ ରେ କୃତିତ୍ଵ ହାସଲ କରିଛନ୍ତି। ଦୁଇ ଛାତ୍ରୀ କାଞ୍ଚନ ରାଓ ଓ ଭାଗ୍ୟଶ୍ରୀ ମୁଦୁଲି ବ୍ରୋଞ୍ଚ ପଦକ ହାସଲ କରି ସ୍କୁଲକୁ ଗୌରବାନ୍ୱିତ କରିଛନ୍ତି। ଏଣୁ ଶିକ୍ଷାନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି।

ଅନୁଷ୍ଠାନର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ କୃତି ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଭାରେ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି କୃତି ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।