ଘଟଣା ଓ ଦୁର୍ଘଟଣା

ଅଗ୍ନିକାଣ୍ଡରେ ଦୁଇ ବଖରା ଭସ୍ମୀଭୂତ

By Angul TV Bureau

January 20, 2021

ଅନୁଗୁଳ: ବୁଧବାର ଅପରାହ୍ନରେ ବଅଁରପାଳ ବ୍ଲକ ଫୁଲପଡା ପଞ୍ଚାୟତ ଅନ୍ତର୍ଗତ ପଣ୍ଡପୁର ପାହାଡ଼ ପାଖରେ ଦୁଇ ବଖରା ଘର ଭସ୍ମୀଭୂତ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟଅଗ୍ନିକାଣ୍ଡରେ ଦୁଇ ବଖରା ଭସ୍ମୀଭୂତ ହୋଇଯାଇଛି। ଗ୍ରାମର ସତ୍ୟାନନ୍ଦ ଗଡନାୟକ ପାହାଡ଼ ପାଖରେ ଏକ ପଥର କୁଆଁରୀ କରିଛନ୍ତି। ସେଇ କୁଆଁରୀ ପାଖରେ ଗାଡି ମୋଟର ରଖିବା ପାଇଁ ଏବଂ ବସବାସ କରିବା ପାଇଁ ଦୁଇ ବଖରା ଘର ନିର୍ମାଣ କରିଥିଲେ। ଆଜି ଅପରାହ୍ନ ସମୟରେ କୌଣସି କାରଣରୁ ଘରେ ନିଆଁ ଧରିଥିଲା। ଦମକଳ ବାହିନୀ ତୁରନ୍ତ ପହଁଚି ନିଆଁକୁ ଆୟତ୍ତ କରିଥିଲେ। ଦମକଳ ଗାଡି ଗାଁ ମଧ୍ୟରେ ଯିବା ଫଳରେ ବିଦ୍ୟୁତ ତାର ଲାଗି ପଣ୍ଡପୁର ଗ୍ରାମରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିବା ଜଣାଯାଇଛି।