ଘଟଣା ଓ ଦୁର୍ଘଟଣା

ବାଲି ଚୋରା ଚାଲାଣ ବେଳେ ଅତର୍କିତ ଚଢ଼ଉ, ୨ ହାଇୱା ଜବତ

By Biswaranjan Pattnaik

January 03, 2023

ଅନୁଗୁଳ: ଚୋରାବାଲି ଚାଲାଣ ବେଳେ ସୋମବାର ଅନୁଗୁଳ ସଦର ଥାନା ଅନ୍ତର୍ଗତ ଡେରେଙ୍ଗ ଠାରେ ମଲ୍ଟି ଡିସିପ୍ଲିନାରୀ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରାଯାଇ ୨ଟି ହାଇୱାକୁ ଜବତ କରାଯାଇଛି। ବ୍ରାହ୍ମଣୀ ନଦୀରୁ ବାରମ୍ବାର ଚୋରା ବାଲି ଚାଲାଣ ହେଉଥିବା ଅଭିଯୋଗ ହେବାରୁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଦୁଇ ହାଇୱା ଜବତ କରାଯାଇ ପ୍ରତ୍ୟେକ ଗାଡିରୁ ୭୦ ହଜାର ଲେଖାଏଁ ପେନାଲଟି ଓ ରୟାଲଟି ହିସାବରେ ମୋଟ ୧ ଲକ୍ଷ ୪୦ ହଜାର ଟଙ୍କା ଆଦାୟ କରାଯାଇଥିଲା।