ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ନିକଟରେ ୨ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ନତଡ଼ା ଗାଁରେ ଅଜୟ ବେହେରା (୧୯), ଅନୀଲ ବଂଥଲା ଏବଂ ଗୁରୁତର ହେଲେ ସୁବ୍ରତ ପ୍ରଧାନ(୧୮), ସୁନୀଲ ବେହେରା (୨୦)।
ସୂଚନା ଯେ, ଅଜୟ ବେହେରା, ସୁବ୍ରତ ପ୍ରଧାନ ଓ ସୁନୀଲ ବେହେରା ଏକ ବାଇକ ଯୋଗେ ଅନୁଗୁଳ ଆଡ଼କୁ ଆସୁଥିଲେ। ବିପରୀତ ପଟୁ ଅନୀଲ ବଂଥଲା ଆସୁଥିବା ବେଳେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଅଜୟ ବେହେରାଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଅନ୍ୟମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତରଖାନାରେ ଅନୀଲଙ୍କ ମୃତ୍ୟୁ ହୋଇଛି। ଅନୀଲଙ୍କ ଘର ତେଲେଙ୍ଗାନା ହୋଇଥିବା ବେଳେ ସେ ଏଠାରେ ଏକ କୋଇଲା ଖଣିରେ କାମ କରୁଥିଲେ। ଗୁରୁତର ସୁବ୍ରତ ପ୍ରଧାନ ଓ ସୁନୀଲ ବେହେରାଙ୍କ ଚିକିତ୍ସା ଜାରି ରହିଛି। ସେପଟେ ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।