ଘଟଣା ଓ ଦୁର୍ଘଟଣା

ଟ୍ରକ୍ ପଛରେ ପିଟି ହୋଇ ୨ ବାଇକ ଆରୋହୀ ମୃତ

By Sanjeeb Biswal

September 12, 2022

ଅନୁଗୁଳ: ଅନୁଗୁଳ-ଛେଣ୍ତିପଦା ୬୩ ନମ୍ବର ରାଜ୍ୟ ରାଜପଥ ମାଳିବ୍ରାହ୍ମଣୀ ଛକରେ ଟ୍ରକକୁ ଧକ୍କା ଦେଇ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଡାକ୍ତର ଦୁଇ ଜଣଯାକଙ୍କୁ ମୃତ ଘୋଷିତ କରିଛନ୍ତି। ମୃତକ ହେଲେ କୋଶଳା ଗ୍ରାମର ସୁଜିତ ପ୍ରଧାନ ଓ ଦୀପକ୍ ବେହେରା।

ସୂଚନା ମୁତାବକ, ଗତ ରାତିରେ ଦୁଇ ଯୁବକ ଅନୁଗୁଳରୁ ନିଜ ଘର କୋଶଳା ଅଭିମୁଖେ ଆସୁଥିବା ବେଳେ ମାଳିବ୍ରାହ୍ମଣୀ ଛକରେ ଭାରସାମ୍ୟ ହରାଇ ଏକ କୋଇଲା ବୋଝେଇ ଟ୍ରକକୁ ଧକ୍କା ଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ନିଶା ଇଣ୍ଡଷ୍ଟ୍ରିଆଲ ପୋଲିସ ଅନୁଗୁଳ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ପୋଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରିୟବ୍ରତ ଦାସ ସୂଚନା ଦେଇଛନ୍ତି।