ଆଠମଲ୍ଲିକ: ଆଠମଲ୍ଲିକ ଅଞ୍ଚଳରେ ବେଆଇନ ଖଣିଜ ପଦାର୍ଥ ଉତ୍ତୋଳନ ଓ ଚାଲାଣ ରୋକିବାକୁ ଉପଖଣ୍ଡ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଗତ ସୋମବାର ରାତିରେ ଉପଜିଲ୍ଲାପାଳ ତରଣୀ ସୁନାଙ୍କ ନେତୃତ୍ୱରେ ଆଠମଲ୍ଲିକ ବ୍ଲକ ପଇଞ୍ଚକୂଳ ଓଲଥ ମହାନଦୀ ଘାଟରେ ଚଢ଼ାଉ କରାଯାଇଛି। ବେଆଇନ ବାଲି ବୋଝେଇ ହେଇଥିବା ୩ ଟି ଟ୍ରାକ୍ଟର ଓ ବାଲି ଲୋଡିଂରେ ନିୟୋଜିତ ହୋଇଥିବା ୧ ଟି ଜେସିବିକୁ ଜବତ କରାଯାଇଥିଲା। ଜବତ ଜେସିବି ଓ ଟ୍ରାକ୍ଟର ସଞ୍ଜୟ ଗାଈଗରିଆଙ୍କର ବୋଲି ଜଣାଯାଇଛି। ଏହି ଚଢ଼ଉ ବେଳେ ଉପଜିଲ୍ଲାପାଳଙ୍କ ସହ ତହସିଲଦାର ଯଶୋବନ୍ତ ଦେହୁରୀ, ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ, ସହକାରୀ ଜିଲ୍ଲାପାଳ ସୁଜିତ ଭୋଇ, ଅଏଡା ରାଜସ୍ବ ନିରୀକ୍ଷକ ଅମରେନ୍ଦ୍ର ଦେହୁରୀ ଓ କଇଁତ୍ରାଗଡ଼ ରାଜସ୍ବ ନିରୀକ୍ଷକ ରାଜେଶ ନାଏକ ପ୍ରମୁଖ ସାମିଲ ଥିଲେ। ବେଆଇନ ବାଲି ଚୋରାଚାଲାଣରେ ନିୟୋଜିତ ଜେସିବି ଓ ଟ୍ରାକ୍ଟର ପାଇଁ ତହସିଲ ପକ୍ଷରୁ ୨ ଲକ୍ଷ ୧୫ ହଜାର ଜରିମାନା ଆଦାୟ କରାଯାଇଛି।