ମୁଖ୍ୟ ଖବର

ପରମାନନ୍ଦ ମିଶ୍ରଙ୍କ ଦୁଇଟି ଆଇନ ପୁସ୍ତକ ଉନ୍ମୋଚିତ

By Biswaranjan Pattnaik

November 14, 2025

ଅନୁଗୁଳ: ଆଜି ସ୍ଥାନୀୟ ଏକ ହୋଟେଲରେ ଅନୁଗୁଳର ବରିଷ୍ଠ ସରକାରୀ ଅଧିବକ୍ତା ପରମାନନ୍ଦ ମିଶ୍ରଙ୍କ ଦୁଇଟି ଆଇନ ସମ୍ପର୍କିତ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଏହି ସମାରୋହକୁ ଉଦଘାଟନ କରିଥିଲେ। ଦେବାନୀ ମକଦ୍ଦମା ଓ ବୈବାହିକ ଆଇନ ଉପରେ ଦୁଇଟି ଯାକ ପୁସ୍ତକ ରଚନା କରାଯାଇଛି।

ମୁଖ୍ୟ ଅତିଥି ଶ୍ରୀ ପ୍ରିତିମୟ ପରମାନନ୍ଦ ମିଶ୍ରଙ୍କ ଲିଖିତ ପୁସ୍ତକ ଦୁଇଟି ସରଳ ଭାଷାରେ ଆଇନ ସମ୍ପର୍କିତ କଥା ଗୁଡ଼ିକୁ ବ୍ୟାଖ୍ୟା କରିଥିବାରୁ ଆଇନ ଛାତ୍ର ଓ ଯୁବ ଆଇନଜୀବୀଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି କହିଥିଲେ।ସମାରୋହରେ ସମ୍ମାନିତ ଅତିଥି ରୂପେ ବରିଷ୍ଠ ଆଇନଜୀବି ଦିଲୀପ ମହାନ୍ତି ଯୋଗ ଦେଇ ଦେବାନୀ ମକଦ୍ଦମାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ରୂପେ କବି ଅରୁଣ କୁମାର ସାହୁ ଓ ଅନୁଗୁଳ ବାରର ସଭାପତି ହିମାଂଶୁ ଭୂଷଣ ସାମଲ ଯୋଗଦେଇ ଆଇନ ପୁସ୍ତକ ଦୁଇଟିର ଉପଯୋଗୀତା ଉପରେ ଆଲୋକପାତ କରିଥିଲେ।

ପରମାନନ୍ଦ ମିଶ୍ର ଅତିଥିମାନଙ୍କୁ ସ୍ବାଗତ କରିବା ସହ ପୁସ୍ତକ ଦୁଇଟି ରଚନା କରିବାର ଉଦ୍ଦେଶ୍ୟ ଉପରେ ପ୍ରକାଶ କରିଥିଲେ। ଅଧିବକ୍ତା ଲିଟନ କୁମାର ସାମଲ ମଞ୍ଚ ପରିଚାଳନା କରିଥିଲେ।ସମାରୋହରେ ବହୁ ଆଇନ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ ଯେ, ଲେଖକ ଶ୍ରୀ ମିଶ୍ର ଜଣେ ଅଭିଜ୍ଞ  ସରକାରୀ ଅଧିବକ୍ତା  ସହିତ ସୁଲେଖକ ଓ ସଂଗଠକ ଭାବେ ବେଶ ଖ୍ୟାତି ରହିଛି।