ମୁଖ୍ୟ ଖବର

ଚାହୁଁ ଚାହୁଁ ଜଳିଗଲା ଦୁଇଟି ମଦ ବୋଝେଇ ଟ୍ରକ, ସର୍ଟସର୍କିଟରୁ ଲାଗିଥିଲା ନିଆଁ

By Sanjeeb Biswal

August 18, 2024

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଠାରେ ଥିବା ମଦ ନିଗମ ପରିସରରେ ଦୁଇଟି ମଦ ବୋଝେଇ ଟ୍ରକରେ ନିଆଁ ଲାଗିଯାଇଛି। ଫଳରେ ଦୁଇଟି ଯାକ ଟ୍ରକ ସମ୍ପୂର୍ଣ୍ଣ ଜଳିଯାଇଛି।

ସୂଚନା ମୁତାବକ, ଖୋର୍ଦ୍ଧାରୁ ମଦ ବୋଝେଇ କରି ଦୁଇଟି ଟ୍ରକ ଆଜି ଦୁର୍ଗାପୁର ମଦ ନିଗମରେ ପହଞ୍ଚିଥିଲା। କିନ୍ତୁ ମଧ୍ୟାହ୍ନ ସାଢ଼େ ବାରଟା ସମୟରେ ଗୋଟିଏ ଟ୍ରକରେ ଅଚାନକ ନିଆଁ ଲାଗିଯାଇଥିଲା। ମାତ୍ର କିଛି ସମୟରେ ତାହା ଅନ୍ୟ ଟ୍ରକକୁ ବ୍ୟାପି ଯାଇଥିଲା। ଉପସ୍ଥିତ ଲୋନ ତୁରନ୍ତ ଛେଣ୍ଡିପଦା ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇ ପୋଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି।