ମୁଖ୍ୟ ଖବର

ଛିନତାଇ ଗ୍ୟାଙ୍ଗର ଦୁଇ ସକ୍ରିୟ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଅନୁଗୁଳ ପୋଲିସ

By Angul TV Bureau

April 27, 2024

ଅନୁଗୁଳ: ଛିନତାଇ ଗ୍ୟାଙ୍ଗର ଦୁଇ ସକ୍ରିୟ ସଦସ୍ୟଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ। ସେମାନଙ୍କ ନିକଟରୁ ଛିନତାଇ କରିଥିବା ବହୁ ରୁପା, ସୁନା, ମୋବାଇଲ ସହ ୬ ଗୋଟି ମୋଟରସାଇକେଲ ଜବତ କରାଯାଇଛି।

ସୂଚନା ମୁତାବକ, ଅନୁଗୁଳ ସହର ତାମରିତ କଲୋନୀ ନିକଟ କେନାଲ ରାସ୍ତାରେ ଏକ ଦମ୍ପତି ଯାଉଥିବା ବେଳେ ସେମାନଙ୍କ ନିକଟରୁ ସୁନା ଚେନ ଲୁଟ ହୋଇଥିବା ନେଇ ଏପ୍ରିଲ ୧୮ ତାରିଖରେ ଅନୁଗୁଳ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ତଦନ୍ତ କରି ପୋଲିସ ଗଞ୍ଜାମ ଜିଲ୍ଲାର ଶ୍ରୀକାନ୍ତ ଓ ଗାନ୍ଧୀ ନାମକ ଦୁଇ ଯୁବକଙ୍କୁ ଗିରଫ କରିଥିଲା। ଥାନାରେ ପଚରାଉଚରା ବେଳେ ଉଭୟ ଛିନତାଇ କରିଥିବା କଥା ମାନି ଯାଇଥିଲେ । ଏହା ସହ ପୂର୍ବରୁ ଅନୁଗୁଳ ସହରର ଜଣେ ଗହଣା ଦୋକାନୀଙ୍କ ଠାରୁ ରୁପା ବ୍ୟାଗ ଛଡାଇ ଚମ୍ପଟ ମାରିଥିବା କଥା ମଧ୍ୟ ସ୍ୱୀକାର କରିଥିଲେ। ଏମାନଙ୍କ ନିକଟରୁ ସୁନା, ରୁପା ସହ ୪ ଟି ମୋବାଇଲ, ଟଙ୍କା ଓ ୬ ଗୋଟି ମୋଟରସାଇକେଲ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ଧୀରେସ କୁମାର ଦାସ ସୂଚନା ଦେଇଛି।