ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରୁ ନିଖୋଜ ଥିବା ଦୁଇ ନାବାଳିକାକୁ ହାଇଦ୍ରାବାଦରୁ ଉଦ୍ଧାର କଲା ବଅଁରପାଳ ପୋଲିସ। ସୂଚନା ମୁତାବକ, ମାର୍ଚ୍ଚ ମାସ ତିନି ତାରିଖରେ ବଅଁରପାଳ ଥାନାରେ ପରିବାର ପକ୍ଷରୁ ଦୁଇ ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ଥାନା ଅଧିକାରୀଙ୍କ ତତ୍ତ୍ଵାବଧାନରେ ସବ୍ ଇନସପେକ୍ଟର ମନୋଜ ମିଶ୍ର ତଦନ୍ତ ଆରମ୍ଭ କରିଥିଲେ। ବିଭିନ୍ନ ପକ୍ଷରୁ ତଦନ୍ତ କରି ସୂଚନା ପାଇଥିଲେ କି ଦୁଇ ନାବାଳିକା ହାଇଦ୍ରାବାଦ ଅଞ୍ଚଳରେ ଅଛନ୍ତି। ପୋଲିସ ପକ୍ଷରୁ ଏକ ଟିମ୍ ଦୁଇ ନାବାଳିକାକୁ ଉଦ୍ଧାର କରି ଥାନାକୁ ଆଣି ପରିବାରକୁ ହସ୍ତାନ୍ତର କରିଛି। ନିଖୋଜ ନାବାଳିକା ଦୁଇଜଣଙ୍କ ମଧ୍ୟରୁ ଜଣକଙ୍କ ବୟସ ୧୪ ଏବଂ ଅନ୍ୟ ଜଣଙ୍କ ବୟସ ୧୨ ବର୍ଷ ହୋଇଥିବା ଜଣାପଡିଛି।