ଘଟଣା ଓ ଦୁର୍ଘଟଣା

ଦୁଇ ନାବାଳିକା ନିଖୋଜ ଅଭିଯୋଗ

By Sanjeeb Biswal

August 14, 2024

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳର ଜଣେ ୧୭ ବର୍ଷ ଓ ଆଉ ଜଣେ ୧୫ ବର୍ଷର ନାବାଳିକା ନିଖୋଜ ହୋଇଯାଇଥ‌ିବା ଉକ୍ତ ନାବାଳିକା ପରିବାର ପକ୍ଷରୁ କିଶୋରନଗର ଥାନାରେ ଅଭିଯୋଗ କରାଯାଇଛି। ଏ ନେଇ ପୋଲିସ ୨ ଟି ମାମଲା ରୁଜୁକରି ତଦନ୍ତ ଚଳାଇଛି।

ପୋଲିସ କହିଛି ଯେ, ୧୭ ବର୍ଷ ନାବାଳିକା ଜଣକ କଲେଜ ପଢ଼ିବାକୁ ଆସିଥ‌ିବା ବେଳେ ଆଉ ଘରକୁ ଫେରି ନଥିଲା। ଅନ୍ୟ ୧୫ ବର୍ଷ ନାବାଳିକା ଘରେ ଥ‌ିବା ବେଳେ କେଉଁ ଆଡ଼େ ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିବା ପରେ ନ ପାଇବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।