ଅନୁଗୁଳ: ତାଳଚେର ଗୁରୁଜାଙ୍ଗସ୍ଥିତ ସମଲ୍ ବ୍ୟାରେଜ ଦକ୍ଷିଣ ଶାଖା କେନାଲରେ ଗାଧୋଇବା ବେଳେ ବୁଡ଼ି ଯାଇ ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ଓମ୍ ପାଣି ଏବଂ ସାନୁ ପାଣି। ଉଭୟେ ଗାଧୋଇବା ବେଳେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ବହୁ ଖୋଜାଖୋଜି ପରେ ଅଚେତ୍ ଅବସ୍ଥାରେ ଦୁଇ ବାଳକଙ୍କୁ ଉଦ୍ଧାର କରାଯାଇ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପରିବାରକୁ ମୃତ ଦେହ ହସ୍ତାନ୍ତର କରାଯାଇଛି।