ମୁଖ୍ୟ ଖବର

ପାଣିରେ ବୁଡି ଦୁଇ ନାବାଳିକା ମୃତ

By Biswaranjan Pattnaik

October 07, 2021

ଅନୁଗୁଳ: ଗୁରୁବାର ଦିନ ପ୍ରାୟ ବାରଟା ବେଳକୁ ଠାକୁରଗଡ଼ ଥାନା କୁରୁମଛକ ନିକଟସ୍ଥ ଏକ ପୋଖରୀ ରେ ବୁଡି ଦୁଇ ଜଣ ନାବାଳିକା ପ୍ରାଣ ହରାଇଥିବା ଜଣାପଡିଛି।ସେ ଦୁହିଁଙ୍କ ବୟସ ପ୍ରାୟ ଦଶ ବର୍ଷ ହେବ। ଗୁରୁବାର ହାଟ ପାଳି ଥିବାରୁ ଉଭୟଙ୍କ ପରିବାର ଲୋକେ ସେଠାକୁ ଯାଇଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। କେଉଁ ପରିସ୍ଥିତି ରେ ଏଭଳି ଘଟଣା ଘଟିଲା ତାହା ଜଣାପଡିନାହିଁ ।ଜଣେ ଗୋରୁ ଚରାଳୀ ଠାରୁ ଖବର ପାଇ ଗାଁ ଲୋକେ ଦୁଇ ନାବାଳିକାଙ୍କୁ ପୋଖରୀରୁ ବାହାର କରିଥିଲେ ସେତେବେଳକୁ ସେ ଦୁହିଁଙ୍କ ମୃତ୍ୟୁ ହୋଇ ସାରିଥିଲା। ମୃତକ ଦୁଇ ନାବାଳିକା ହେଲେ ସେଇ ଗାଁର ଘନଶ୍ୟାମ ସାହୁଙ୍କ ଝିଅ ବର୍ଷା ଏବଂ ଦୟାନିଧି ପ୍ରଧାନ ଙ୍କ ଝିଅ ଜ୍ୟୋତି । ଖବର ପାଇ ଠାକୁରଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳାଇ ଦେଇଛି ।