ମୁଖ୍ୟ ଖବର

ଅନୁଗୁଳ ସ୍କୁଲ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ମାମଲା, ଖୋର୍ଦ୍ଧାରୁ ୨ ଗିରଫ

By Angul TV Bureau

June 01, 2025

ଅନୁଗୁଳ: ସ୍କୁଲ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରିବା ମାମଲାରେ ଅନୁଗୁଳ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ ଜଗତସିଂହପୁର ଜିଲ୍ଲା ନୂଆଗାଁ ଥାନା ଏରଡ଼ା ଗାଁର ବୁଟୁ ଜେନା(୨୦)ଓ ତାଙ୍କ ଭିଣୋଇ ଖୋର୍ଦ୍ଧା ଜିଲ୍ଲା ବାଜପୁର ଥାନା ନନ୍ଦପୁର ଗାଁର ରମାକାନ୍ତ ଜେନା(୩୯)।

ସୂଚନା ଅନୁସାରେ, ଗତ ୨୫ ତାରିଖରେ ଅନୁଗୁଳ ସହରରୁ ଜଣେ ଛାତ୍ରୀ(୧୪)ଙ୍କୁ କେହି ଅପହରଣ କରି ନେଇଥିବା ନେଇ ମା’ ଅନୁଗୁଳ ଥାନ‌ାରେ ଏତଲା ଦେଇଥିଲେ। ଏନେଇ ପୁଲିସ ୪୩୩/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଖବର ପାଇ ପୁଲିସ ଖୋର୍ଦ୍ଧା ଜିଲ୍ଲା ବାଜପୁର ଥାନା ନନ୍ଦପୁର ଗାଁରୁ ନାବାଳିକାଙ୍କୁ ଉଦ୍ଧାର କରିଛି। ବୁଟୁ ଜେନା ଏହି ନାବାଳିକାଙ୍କୁ ଅପହରଣ କରି ନନ୍ଦପୁର ଗାଁରେ ତାଙ୍କ ଭିଣୋଇ ରମାକାନ୍ତ ଜେନାଙ୍କ ଘରେ ରଖିଥିଲେ।

ପ୍ରକାଶ ଯେ ପୂର୍ବରୁ ବୁଟୁ ନାବାଳିକାଙ୍କ ସହ ଇନ୍‌ଷ୍ଟାଗ୍ରାମ୍‌ରୁ ଚିହ୍ନା ପରିଚୟ ହୋଇ ଭଲ ପାଉଥିଲେ। ପରେ ତାଙ୍କୁ ଅପହରଣ କରିବାକୁ ଯୋଜନା କରିଥିଲେ ବୋଲି ଜଣାଯାଇଛି।