ଘଟଣା ଓ ଦୁର୍ଘଟଣା

ଦେଶୀମଦ ଦୋକାନରୁ ଚୋରିକରି ୨ ଗିରଫ

By Angul TV Bureau

June 11, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଭୁବନପୁର ସରକାରୀ ଦେଶୀମଦ ଦୋକାନରୁ ଚୋରି କରିବା ଅଭିଯୋଗରେ ପୁଲିସ ଶନିବାର ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଦୋକାନ ମ୍ୟାନେଜର ଆସି ଦେଖିଲା ବେଳକୁ ଦୋକାନ କବାଟ ଭଙ୍ଗା ଯାଇଛି। ଏଥିସହ କାଉଣ୍ଟରେ ଥିବା ୩୨ ହଜାର ଟଙ୍କା ଚୋରି ହୋଇଛି। ଏ ନେଇ ଦୋକାନ ମ୍ୟାନେଜର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତକରି ଏଥିରେ ସମ୍ପୃକ୍ତ ଭୁବନପୁର ଗାଁର ଆଶିଷ ନାଥ ଓ ବାପୁଜି ନାଥଙ୍କୁ ଶନିବାର ଗିରଫକରି କୋର୍ଟ ଚାଲାଣ କରିଛି।