ଘଟଣା ଓ ଦୁର୍ଘଟଣା

ମଦ ପିଇ ଗାଡ଼ି ଚଳାଉଥିଲେ… ୨ ଜଣଙ୍କୁ ବାନ୍ଧିଲା ପୁଲିସ, ଦୁଇ ବାଇକ ଜବତ

By Angul TV Bureau

May 22, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୁଲିସ ପକ୍ଷରୁ ବଇଣ୍ଡା ଠାରେ ମଙ୍ଗଳବାର ରାତିରେ ଗାଡ଼ି ମଟର ଯାଞ୍ଚ କରାଯାଇଛି। ଏ ଅବସରରେ ମଦ୍ୟପାନ କରି ଗାଡ଼ି ଚଲାଉଥିବା ୨ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କଠାରୁ ୨ଟି ବାଇକ ଜବତ ହୋଇଛି।ଗିରଫମାନେ ହେଲେ ରେଢ଼ାଖୋଲ ଥାନା ସିମିଳି ପଡା ଗ୍ରାମର କୁଲୁ ନାୟକ। ତାଙ୍କ ବାଇକ (ଓଡି ୧୯ କ୍ୟୁ ୭୨୫୧) କୁ ବି ପୁଲିସ ଜବତ କରିଛି। ସେହିପରି ଅନୁଗୁଳ ଅଞ୍ଚଳର ବୁଲୁ ପ୍ରଧାନଙ୍କୁ ତାଙ୍କ ବାଇକ (ଓଡି ୧୯ ଜେ ୨୧୪୭ ) ସହ ଗିରଫ କରିଛି ପୁଲିସ।