ଘଟଣା ଓ ଦୁର୍ଘଟଣା

ପୃଥକ ଦୁର୍ଘଟଣାରେ ୨ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

By Angul TV Bureau

November 24, 2024

ଅନୁଗୁଳ: ଅନୁଗୁଳ ବ୍ଲକ ଶାବଳ ଭଙ୍ଗା ମନ୍ଦିର ସାହି ଛକ ନିକଟରେ ଏକ କାର ସହ ବାଇକର ଦୁର୍ଘଟଣା ହୋଇଛି। ଫଳରେ ବାଇକ୍ ଆରୋହୀ ଜଣକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବକ, କ୍ରେଟା କାର (ଓଡି ୧୯ ଯେ ୭୭୦୦) ଅନୁଗୁଳରୁ ବନ୍ତଳା ଆଡକୁ ଆସୁଥିବା ବେଳେ ବନ୍ତଳାରୁ ଅନୁଗୁଳ ଆଡକୁ ଆସୁଥିବା ବାଇକ୍ (ଓଡି ୧୯ ଜେ ୪୨୧୩) ସହ ମୁହାଁମୁହିଁ ଧକ୍କା ହେଇଥିଲା। ଏହି ଘଟଣାରେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିଛନ୍ତି।

ଅନ୍ୟପଟେ ସେହି ଏକା ସମୟରେ ଖଳିଢିପ ଛକ ନିକଟରେ ଅଟୋ ସହ ଆଉ ଏକ ବାଇକ୍ ମୁହାଁମୁହିଁ ଦୁର୍ଘଟଣା ଘଟିଛି। ଫଳରେ ବାଇକରେ ବସି ଆସୁଥିବା ବ୍ୟକ୍ତି ଗୁରୁତର ହୋଇ ରାସ୍ତା ପାର୍ଶ୍ବରେ ପଡ଼ି ରହିଥିଲେ ଏବଂ ବାଇକ୍ ଆରୋହୀ ତାଙ୍କୁ ସେଠାରେ ଛାଡ଼ି ପଳେଇ ଯାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ୧୦୮ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।