ଘଟଣା ଓ ଦୁର୍ଘଟଣା

ଶିକାର ପାଇଁ ଯାଉଥିବା ବେଳେ ଦୁଇ ଶିକାରୀଙ୍କୁ ମାଡ଼ି ବସିଲା ପୋଲିସ, ଚୋରା ବନ୍ଧୁକ ଜବତ

By Angul TV Bureau

June 01, 2024

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ପୋଲିସ ଶନିବାର ଫୁଲାମ୍ବା ନିକଟସ୍ଥ ଜଙ୍ଗଲ ନିକଟରୁ ବନ୍ୟଜନ୍ତୁ ଶିକାର ପାଇଁ ଯାଉଥିବା ଦୁଇ ଶିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ହଣ୍ଡପା ଥାନା ଠେଲକନାଳୀ ଗ୍ରାମର ଅଶୋକ ସାହୁ ଓ କପିଳ ଦେହୁରୀ। ପୋଲିସ ସେମାନଙ୍କ ଠାରୁ ଏକ ଚୋରା ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି।

ପୋଲିସ ସୂଚନା ମୁତାବକ, ଏହି ଦୁଇ ଶିକାରୀ ଚୋରା ବନ୍ଧୁକ ଧରି ଫୁଲମ୍ବା ନିକଟରେ ଥିବା ଜଙ୍ଗଲକୁ ଶିକାର କରିବା ପାଇଁ ଯାଉଥିଲେ। ଖବର ପାଇ ହଣ୍ଡପା ଆଇଆଇସି ନମିତା ନାୟକ ଚଢ଼ଉ କରି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।