ଘଟଣା ଓ ଦୁର୍ଘଟଣା

ଓଭରଟେକ୍ ଯୋଗୁ ଓଲଟିଲା କାର, ଦୁଇ ଗୁରୁତର

By Angul TV Bureau

May 05, 2023

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଆଠଗଡ଼ ପାର୍ଶ୍ଵରୁ ଅନୁଗୁଳ ଅଭିମୁଖେ ଦୁଇଟି କାର ଆସୁଥିବା ସମୟରେ ଏକ କାର ଅନ୍ୟ ଏକ କାରକୁ ଓଭରଟେକ କରିବା ସମୟରେ ଗୋଟିଏ କାର ରାସ୍ତାରୁ ତଳକୁ ଖସିପଡ଼ିଥିଲା। ଫଳରେ ଦୁର୍ଘଟଣାଗ୍ରସ୍ତ କାରରେ ଥିବା ଦୁଇ ଜଣ ଗୁରୁତର ହୋଇଥିଲେ।

ସୂଚନା ଅନୁଯାୟୀ, ଓଭରଟେକକୁ ନେଇ ଦୁଇ କାରର ଚାଳକ ଓ ଉଭୟ କାରରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବରୁ ଯୁକ୍ତିତର୍କ ହୋଇଥିଲା। ମହିଧରପୁର ନିକଟରେ ଗୋଟିଏ କାର ଅନ୍ୟ କାରକୁ ସାଇଡ଼ ମାରିବା ଫଳରେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଜଣେ ଚାଳକ ଘଟଣାସ୍ଥଳରୁ କାର ସହ ଫେରାର ହୋଇଯାଇଛି। ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।