ଘଟଣା ଓ ଦୁର୍ଘଟଣା

ଗଛରେ ପିଟିହେଲା ବିଦ୍ୟୁତ ବିଭାଗ ବଲେରୋ, ୨ ଗୁରୁତର

By Sanjeeb Biswal

October 14, 2021

ଅନୁଗୁଳ:ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜରପଡା ରାସ୍ତାରେ ତେଣ୍ଟୁଲୋଇ ଗ୍ରାମ ନିକଟରେ ଟାଟା ବିଦ୍ୟୁତ ବିଭାଗର ବଲେରୋ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣ ଗୁରୁତର ହୋଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନ ୫ଟା ବେଳେ ତେଣ୍ଟୁଲୋଇ ଅଞ୍ଚଳରୁ କାମ ସାରି ଛେଣ୍ଡିପଦା କାର୍ଯ୍ୟାଳୟକୁ ଫେରୁଥିବା ବିଦ୍ୟୁତ ବିଭାଗ ବଲେରୋ(ଓଆର-୧୯ ଏଲ-୩୯୯୮) ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଥିଲା ଦୁର୍ଘଟଣାରେ ଟାଟା ପାୱାରରେ ସୁପରଭାଇଜର ଭାବେ କାମ କରୁଥିବା ହାପି ବେହେରା(୨୭) ଓ ସହଯୋଗୀ କର୍ମଚାରୀ ଶିବରାମ ବେହେରା(୩୭) ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ଛେଣ୍ଡିପଦା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବଲେରୋ ଜବତ ପୁଲିସ ତଦନ୍ତ ଚଳେଇଛି।