ଘଟଣା ଓ ଦୁର୍ଘଟଣା

ବାଇକକୁ ଧକ୍କା ଦେଲା ଟ୍ରକ: ଦୁଇ ଭାଣିଜୀ ମୃତ, ମାମୁ ଗୁରୁତର

By Biswaranjan Pattnaik

January 08, 2023

ଅନୁଗୁଳ: ଆଜି ଅପରାହ୍ନରେ ଗୋତମରା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି।

ସୂଚନା ମୁତାବକ, କଟକ ଗୋବିନ୍ଦପୁର ଥାନା ରାଣୀପଦା ଗାଁର ଦୁର୍ଯ୍ୟୋଧନ ମହାରଣା ଭାଣିଜୀ ଯାଜ୍ଞସିନୀ ମହାରଣା(୬) ଓ ଚିନୁ (୨୯) କୁ ଏକ ମୋଟର ସାଇକେଲରେ ବସାଇ ତାଳଚେର ଆଡକୁ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲେ। ଫଳରେ ଦୁଇ ଝିଅ ଟ୍ରକ ଚକା ତଳେ ପଡ଼ିଥିଲେ।ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଯ୍ୟୋଧନ ଛିଟିକି ପଡି ଆହତ ହୋଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ମୃତକ ଓ ଆହତଙ୍କୁ ଅନୁଗୁଳ ଡାକ୍ତରଖାନା ନେଇଥିଲେ। ବଅଁରପାଳ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।