ମୁଖ୍ୟ ଖବର

ଅନୁଗୁଳର ଦୁଇ ଛାତ୍ରୀ ଓଏଏସ୍‌ ପାଇଲେ

By Biswaranjan Pattnaik

July 31, 2023

ଅନୁଗୁଳ: ଆଜି ଓଡିଶା ପ୍ରଶାସନିକ ସେବା ପରୀକ୍ଷାର ଚୁଡାନ୍ତ ଫଳ ପ୍ରକାଶ ପାଇଛି। ମିଳିଥିବା ଖବର ଅନୁସାରେ ଅନୁଗୁଳର ଦୁଇ ଜଣ ଛାତ୍ରୀ ଏହି ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି। ମାଟିଆ ସାହିରେ ରହୁଥିବା ଯୋଗାଚାର୍ଯ୍ୟ ଅଭୟ ରାୟଙ୍କ ଝିଅ ଆର୍ୟା ସଭ୍ୟତା ରାୟ ୧୪୨ ନମ୍ୱର୍‌ ରାଙ୍କ ରଖି ଉତିର୍ଣ୍ଣ ହୋଇଛନ୍ତି। ସେ ଭୁବନେଶ୍ବର ଡିଏଭିରେ ପାଠ ପଢିବା ପରେ କିଟ୍‌ରେ ଏଲ୍‌ଏଲ୍‌ଏମ୍‌ରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ତେବେ ତାଙ୍କର ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ବିଶେଷ ରୁଚି ଥିବାରୁ ସେ ଏଥିପାଇଁ ବିଶେଷ ପ୍ରସ୍ତୁତି କରିଥିଲେ। ଆର୍ୟାଙ୍କ ମା ପ୍ରତିଭା ରାୟ ଜଣେ ଗୃହିଣୀ। ପରିଶ୍ରମ ହିଁ ସବୁ ସଫଳତାର ଚାବିକାଠି ବୋଲି ସେ ଏଟିଭିକୁ କହିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ନିଜ ବାପା-ମା ଓ ଭଗବାନଙ୍କୁ ସେ ସମସ୍ତ ଶ୍ରେୟ ଦେଇଛନ୍ତି।

ସେହିଭଳି ଶିମିଳିପଡ଼ା ଚର୍ଚ୍ଚ ନିକଟ ନିକଟରେ ରହୁଥିବା ଆଶା ଜ୍ୟୋତି ସାହୁଙ୍କୁ ୬୨ ନମ୍ୱର୍ ରାଙ୍କ୍‌ ମିଳିଛି। ତାଙ୍କ ବାପା ଦିବାକର ସାହୁ ଜଣେ ବ୍ୟବସାୟୀ ଓ ମା ସୁଜାତା ପାଣିଗ୍ରାହୀ ଜଣେ ଶିକ୍ଷୟିତ୍ରୀ। ଦିନକୁ ଦଶ ଘଣ୍ଟା ପରିଶ୍ରମ କରିଥିବା ଆଶା ଜ୍ୟୋତି ନିଜ ସଫଳତା ପାଇଁ ନିଜ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିବାର ବର୍ଗଙ୍କୁ ଶ୍ରେୟ ଦେଇଛନ୍ତି।