ମୁଖ୍ୟ ଖବର

ଜଳିଗଲା ଦୁଇଟି ଟ୍ରାନ୍ସଫର୍ମର, ଓଭରଲୋଡ୍ ପାଇଁ ନିଆଁ ଲାଗିଥିବା ସନ୍ଦେହ

By Angul TV Bureau

June 18, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଥିବା ଦୁଇଟି ଟ୍ରାନ୍ସଫର୍ମର ଜଳିଯାଇଛି। ଓଭର୍ ଲୋଡ ପାଇଁ ଏହି ଦୁଇଟି ଜଳି ଯାଇଥିବା ଜଣାଯାଇଛି।

ସୂଚନା ମୁତାବକ, ଆଜି ଦିନ ପ୍ରାୟ ଦୁଇଟାରେ ଟ୍ରାନ୍ସଫର୍ମର ୨ଟି ହଠାତ୍ ହୁ ହୁ ହୋଇ ଜଳିବାକୁ ଲାଗିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବିଦ୍ୟୁତ୍ ବିଭାଗ ଓ ଅଗ୍ନିଶମ ବିଭାଗ ପହଞ୍ଚି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବା ସହ ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହା ଓଭର୍ ଲୋଡ ପାଇଁ ଜଳିଯାଇଥିବା କୁହାଯାଉଛି। ଏ ନେଇ ବିଦ୍ୟୁତ୍ ବିଭାଗ ଜେଇଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିବା ଜଣାଯାଇଛି।