ଘଟଣା ଓ ଦୁର୍ଘଟଣା

ଦୁଇ ସ୍କ୍ରାପ୍‌ ବୋଝେଇ ଗାଡ଼ି ଜବତ, ୫ ଗିରଫ

By Angul TV Bureau

October 12, 2025

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରୁ ବେଆଇନ୍‌ ଭାବେ ସ୍କ୍ରାପ୍‌ ଲୁହା ବୋଝେଇ ଅନୁଗୁଳ ଯାଉଥିବା ଦୁଇଟି ଗାଡ଼ିକୁ ମଶୁଣିହତା ଗ୍ରାମ ନିକଟରୁ ପୋଲିସ୍‌ ଜବତ କରିଛି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ହନୁମାନପୁର ପଂଚାୟତର ଝରାବେରଣୀ ଗ୍ରାମର ସୁଷ୍ମନ୍ତ ବେହେରା (୨୬), ତପନ ବେହେରା (୨୦); ବଡ଼ଗୁଣ୍ଡୁରୀ ପଂଚାୟତର ବଇଣ୍ଡା ଗ୍ରାମର ଦୀପକ ଷଣ୍ଢ (୨୪); ଟୋଳକବଡା ଗ୍ରାମର ଲିଖନ ନାୟକ (୧୯) ଏବଂ କଣିହାଁର ଜିତେନ୍ଦ୍ର ସାହୁ (୩୩)। ଆଇଆଇସି ରମଣୀ ରଞ୍ଜନ ଦଳେଇଙ୍କ ନିର୍ଦ୍ଦେଶରେ ମଧ୍ୟାହ୍ନରେ ଏହି ଅଭିଯାନ କରାଯାଇ ମାମଲା ରୁଜୁ ହୋଇଛି।