ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗେଡିଆ ଥାନା କର୍ଣ୍ଣପାଳ ଗାଁର ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନାବାଳକ ସହ ଜଣେ ଯୁବକକୁ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଗତ ୨୩ ତାରିଖ ଦିନ ମହିଳା ଜଣକ ଘର ବଗିଚାରେ ପାଣି ଦେଉଥିଲେ। ସେହି ସମୟରେ ଗାଁର ବୈକୁଣ୍ଠ ନାଏକ (୨୧) ଜଣେ ନାବାଳକ ସହ ମିଶି ମହିଳାଙ୍କୁ ଅସଦାଚରଣ କରିବା ସହିତ ଟଣାଓଟରା କରିଥିଲେ। ଏ ନେଇ ମହିଳାମାନେ ବାଗେଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍ କେସ ନମ୍ବର ୨୨/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ବୈକୁଣ୍ଠ ସହ ନାବାଳକ ଫେରାର ହୋଇଯାଇଥିଲେ। ବାଗେଡିଆ ପୋଲିସ ମୋବାଇଲ ଟ୍ରାକ୍ କରି ସୋମବାର ବରପଦା ଅଞ୍ଚଳରୁ ଉଭୟଙ୍କୁ ଗିରଫ କରିଛି।