ଘଟଣା ଓ ଦୁର୍ଘଟଣା

ବଜ୍ରପାତରେ ୨ ଗୋରୁ ଚରାଳି ଗୁରୁତର

By Angul TV Bureau

September 07, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଖଇରମୁଣ୍ଡା ଗ୍ରାମରେ ରବିବାର ବଜ୍ରପାତରେ ୨ ଗାଈ ଚରାଳି ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଖଇରମୁଣ୍ଡା ଗ୍ରାମର ଅରୁଣ ଧଳ(୫୦) ଓ ଭାଗୀରଥି ପ୍ରଧାନ(୫୫) ରବିବାର ଗାଈ ଚରାଇବାକୁ ଗାଁ ପାଖ ପଡ଼ିଆକୁ ଯାଇଥିଲେ । ଅପରାହ୍ନ ୩ଟା ବେଳେକୁ ବର୍ଷା ସହିତ ବଜ୍ରପାତ ହୋଇଥିଲା। ଉଭୟ ଗାଈଙ୍ ନେଇ ଘରକୁ ଫେରୁଥିବା ବେଳେ ଏକ ଗଛକୁ ବଜ୍ରପାତ ହୋଇଥିଲା। ଫଳରେ ଦୁହେଁ ଉଭୟେ ଗୁରୁତର ଆହତ ହୋଇଥିଲେ। ଗ୍ରାମର କିଛି ଲୋକ ଜଙ୍ଗଲରୁ ଫେରୁଥିବା ବେଳେ ଉଭୟଙ୍କୁ ଅଚେତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ଗ୍ରାମବାସୀ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।