ମୁଖ୍ୟ ଖବର

ପାର୍ବତୀ ହିରୋ ପକ୍ଷରୁ ଟୁ ହ୍ୱିଲରସ୍କ୍ରାପେଜ୍ ଓ ବଦଳ ଯୋଜନା

By Biswaranjan Pattnaik

October 28, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ପ୍ରଥମ ଥର ପାଇଁ ପାର୍ବତୀ ହିରୋ ପକ୍ଷରୁ ଟୁ ହ୍ୱିଲର ସ୍କ୍ରାପେଜ ଓ ବଦଳ ଯୋଜନା ଆରମ୍ଭ କରାଯାଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଅନୁସାରେ ଗ୍ରାହକଙ୍କ ଘରେ ପଞ୍ଜୀକରଣ ଅବଧି ସରିଯାଇଥିବା ଅଚଳ ଗାଡ଼ି ଗୁଡ଼ିକୁ ବଦଳ କରି ଏହି ଯୋଜନାର ସୁଫଳ ନେଇପାରିବେ।

ପୁରୁଣା ଗାଡ଼ିର ଆର.ସି,ଆଧାର ଓ ପାନ୍ କାର୍ଡ ଦେଇ ଏହି ଯୋଜନାରେ ସରକାରୀ ସହାୟତା ବାଦ୍ ନୂଆ ଗାଡି କିଣିଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଓ ପରେ ଗାଡ଼ି ପଞ୍ଜୀକରଣ ଟିକସରେ ୨୫ ପ୍ରତିଶତର ରିହାତି ନେ଼ଇ ପାରିବେ।

ପବନ ମାଣ୍ଡୋଠିଆଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହରେ ପାର୍ବତୀ ହିରୋର ପରିଚାଳନା ନିର୍ଦ୍ଦେଶକ ଅଶୋକ ମାଣ୍ଡୋଠିଆ, ହିରୋ ଟିଏସଓ ଆୟୁଷ କୁମାର ଏବଂ ପୂର୍ବ ଜୋନ୍  ପ୍ରୀମିଆ ହେଡ ଅଙ୍କୁର କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଯୋଜନା ପ୍ରତି ଗ୍ରାହକଙ୍କ ଆଗ୍ରହ ରହିବ ବୋଲି କମ୍ପାନୀ ପକ୍ଷରୁ ଆଶା କରାଯାଇଛି।