ଅନୁଗୁଳ: ଅନୁଗୁଳ ବନଖଣ୍ଡ ବଡ଼କନ୍ତକୁଳ ଗାଁରେ ହାତୀ ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ବଡ଼କନ୍ତକୁଳ ଗାଁର ମୂଳି ପ୍ରଧାନ (୪୫) ଏବଂ ଗୌରୀ ରାଉଳ (୪୩)।
ସୂଚନା ଅନୁଯାୟୀ, ମହିଳା ଦ୍ୱୟ ଆଜି ସକାଳୁ କୌଣସି କାମରେ ଘର ପାଖ ଆମ୍ବ ବଗିଚାକୁ ଯାଇଥିଲେ। ସେଠାରେ ଏକ ହାତୀ ଉଭୟଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ମୂଳି ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ଗୌରୀ ଗୁରୁତର ହୋଇଥିଲେ। ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବନ୍ତଳା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।